ରାଜକୀୟ ରଜ!
ସଂକ୍ରାନ୍ତି ପୂର୍ବ ପହିଲି ରଜ,
ଖୁସିର ପରବ ଖୁସି ବାଣ୍ଟ
ହୋଇ ସଜବାଜ!
“ରାଜକୀୟ ରଜ”
ଖୁସିର ପରବ ଖୁସିର ମେଳ,
ସଂକ୍ରାନ୍ତି ଓ ପହିଲି ରଜ,
ରଜ ଦୋଳି ଖେଳ ରଜ ସଜବାଜ!
କେବେ ଖଟା ତ
କେବେ ମିଠା କୋଳି,
ପହିଲି ରଜ ପ୍ରଥମ ମେଳ
ଖୁସିରେ ନାଚି ଗାଇ ଉଠୁଚି
ଉଠୁଚି ପଡ଼ୁଚି ଦାଣ୍ଡ ଅଗଣା;
ଭଙ୍ଗା ଚୁନା ବଟା ପିଠା ଚାଉଳ
ପୋଡ଼ ପିଠା ସଙ୍ଗେ
ମଣ୍ଡା ଆରିସା କାକରା ପୁର
ପିଠା ପଣା ସହ
ରଜ ଭାର ଉପହାର,
ଭଲ ସବୁ ଆଉ ନିଆରା ଲାଗେ
ଯେବେ ହୁଏ ରଜ ମେଳି
ସାଙ୍ଗ ସଖୀ ସଙ୍ଗେ ଖେଳି
ଝୁମି ଝୁମି ରଜ ଦୋଳି।
😇😊💐👌🤟🙏
ପ::
ସରିବ ରଜ
ମନେ ରହିଥିବ
ରଜ ଦୋଳି ଖେଳ
ଖୁସିର ମେଳ
ପରମ୍ପରା ତଥା
ରୀତି ନୀତି କ୍ରମେ
ଚାଲିବ ହଳ
ନା ଖାଦ୍ୟର ଅଭାବ
ନା ଖୁସିର ସୀମା
ହେବ ପ୍ରଚୁର ଅମଳ…
~ © ପ୍ରବୀଣ କୁମାର ପତି
Prabeen Kumar Pati